
ଅନେକ ଦିନରୁ ସଂକଳ୍ପ ଥିଲା ଜନଜାତି ଗବେଷଣା ନିମନ୍ତେ ଏକ ସ୍ବତନ୍ତ୍ର ଗବେଷଣାଧର୍ମୀ ପତ୍ରିକାର ପ୍ରକାଶନପାଇଁ ଯାହା ଜନଜାତି ଗବେଷକଙ୍କପାଇଁ ଏକ ଭୂମି ଯୋଗାଇବ। ସେହି ଚିନ୍ତନଭିତରୁ ଜନ୍ମ ‘ସଂବେଦ ସଂବୀକ୍ଷଣ’ ପତ୍ରିକା। ‘ସଂବେଦ ସଂବୀକ୍ଷଣ’ର ଅର୍ଥ ହେଉଛି ଜ୍ଞାନର ଅନ୍ଵେଷଣ। ଜନଜାତି ଜୀବନଧାରାର ଦୃଶ୍ୟ - ଅଦୃଶ୍ୟ ଅନୁଭବକୁ ଆପଣାଇ ନେବା ଯାହାର ଉଦ୍ଦେଶ୍ୟ। ଏହି ପତ୍ରିକା ଆଠଟି ଭାଷାରେ ନିବନ୍ଧକୁ ସ୍ଥାନ ଦେବ ଯଥା- ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ସାନ୍ତାଳୀ, ବୋଡ଼, ବଣ୍ଡା, କୁଇ। ଯେଉଁ ଭାଷାର ଲିପି ନାହିଁ ତାହା ଓଡ଼ିଆ ଲିପି କିମ୍ବା ଦେବନାଗରୀ ଲିପିଦ୍ଵାରା ଲେଖାଯାଇ ପ୍ରକାଶନପାଇଁ ପ୍ରେରଣ କରାଯାଇପାରିବ।
ତେବେ ଏହି ପତ୍ରିକା ଜନଜାତି ସମ୍ପର୍କିତ ଗବେଷଣାପାଇଁ ଜନଜାତି ସମ୍ପର୍କିତ ପୁସ୍ତକସମୀକ୍ଷା, ଜନଜାତି ଗବେଷକ ବା ଲୋକଧାରା ବିଶେଷଜ୍ଞଙ୍କ ସାକ୍ଷାତକାର ଓ ଜନଜାତି ମିଥ୍ଧର୍ମୀ କାହାଣୀଗୁଡ଼ିକ ପ୍ରକାଶନପାଇଁ ଉଦ୍ଦିଷ୍ଟ। ଏହି ପତ୍ରିକା ପ୍ରକାଶନରେ ସହୃଦୟତାର ହାତ ବଢ଼ାଇଥିବା ପୂଜ୍ୟ ଉପଦେଷ୍ଟା ମଣ୍ଡଳୀ, ସମ୍ପାଦନା ମଣ୍ଡଳୀ ଓ ଜନଜାତି ଗବେଷକ ସମସ୍ତଙ୍କୁ ମୋର କୃତଜ୍ଞତା। ଶେଷରେ ଦାରୁଦେବତାଙ୍କ ନିକଟରେ ପ୍ରାର୍ଥନା ଜନଜାତି ସଂସ୍କୃତିର ପ୍ରାଣବାଣୀ ସମସ୍ତଙ୍କ ନିକଟରେ ପହଞ୍ଚାଇବାର ସଂକଳ୍ପରେ ‘ସଂବେଦ ସଂବୀକ୍ଷଣ’ ସମର୍ଥ ହେଉ, ଏହା ହିଁ କାମନା କରି ରହୁଛି।
- ସମ୍ପାଦକ
ପ୍ରଫେସର ଦେବାଶିଷ ପାତ୍ର
Contact Us
Professor Debashis Patra
Flat no 106, Oro Paradise Apartment, Nalamganj, Motiganj, Baleswar 756003
+91 79789 03345
Readers Response
© 2025. All rights reserved.


